ମଧ୍ୟମ ଅନିବାର୍ଯ୍ୟ ପ୍ରାର୍ଥନା (#15615)

ମଧ୍ୟମ ଅନିବାର୍ଯ୍ୟ ପ୍ରାର୍ଥନା

*ପ୍ରତି ଦିନ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ଆବୃି କରାଯାଏ ।

*ଯେଉଁ ବ୍ୟକ୍ତି ପ୍ରାର୍ଥନା କରିବା ନିମି ଇଚ୍ଛା କରିବେ, ସେ ତାଙ୍କର ହସ୍ତ ପ୍ରକ୍ଷାଳନ କରିବେ ଏବଂ ପ୍ରକ୍ଷାଳନ ସମୟରେ ସେ କହିବେ :

ହେ ମୋର ଈଶ୍ୱର ! ମୋର ହସ୍ତକୁ ଶକ୍ତିଶାଳୀ କର, ଯାହାଫଳରେ ଏହା ତୁମ୍ଭର ଦିବ୍ୟ ଗ୍ରନ୍ଥକୁ ଏପରି ଦୃଢ଼ତାର ସହ ଧାରଣ କରିବ ଯେ, ପୃଥିବୀର କୌଣସି ଶକ୍ତି ଏହାକୁ ବିଚଳିତ କରିପାରିବ ନାହିଁ । ତେଣୁ ଯେଉଁଗୁଡ଼ିକ ଏହାର ଅଧିକାରଭୁକ୍ତ ନୁହେଁ, ସେଗୁଡ଼ିକରେ ଅଯଥା ହସ୍ତକ୍ଷେପ କରିବା ଠାରୁ ଏହାକୁ ରକ୍ଷା କର । ବାସ୍ତବିକ, ତୁମ୍ଭେ ହିଁ ସର୍ବଶକ୍ତିଶାଳୀ, ପରମ କ୍ଷମତାବାନ୍ । 

*ଏବଂ ସେ ତାଙ୍କର ମୁଖ ଧୋଇବା ସମୟରେ ଏହା କହିବେ :

ମୁଁ ତୁମ୍ଭ ଆଡ଼କୁ ମୋର ମୁଖ ଉନ୍ମୁଖ କରିଅଛି, ହେ ମୋର ପ୍ରଭୁ! ତୁମ୍ଭ ମୁଖମଳର ଜ୍ୟୋତିରେ ଏହାକୁ ଆଲୋକିତ କର । ତୁମ୍ଭ ବ୍ୟତୀତ ଅନ୍ୟ ପ୍ରତି ଉନ୍ମୁଖ ହେବାରୁ ଏହାକୁ ରକ୍ଷା କର । 

*ତାପରେ ସେ ଛିଡ଼ା ହେବେ ଏବଂ କେବ୍ଲେ (ଆରାଧନାର ବିନ୍ଦୁ, ଯାହାକି ବାହ୍ଜୀ, ଆକ୍କା) ଆଡ଼କୁ ମୁଖ କରି ଏହା କହିବେ : 

ଈଶ୍ୱର ସାକ୍ଷୀ ଦିଅନ୍ତି ଯେ, ସ୍ୱୟଂ ତାଙ୍କ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି । ଦିବ୍ୟ ପ୍ରକାଶ ଏବଂ ସୃଷ୍ଟି ସାମ୍ରାଜ୍ୟଗୁଡ଼ିକ ହିଁ ତାଙ୍କର ଅଟେ । ସେ ହିଁ ସତ୍ୟତଃ, ତାଙ୍କୁ ପ୍ରକଟ କରିଛନ୍ତି, ଯିଏ କି ଦିବ୍ୟ ପ୍ରକାଶର ଉଦୟସ୍ଥଳ ଅଟନ୍ତି । ଯିଏ କି ସିନାଇ ପର୍ବତ ଉପରେ ର୍ବାାଳାପ କରିଥିଲେ, ଯାହାଙ୍କ ମାଧ୍ୟମରେ ସର୍ବୋଚ୍ଚ ଦିଗ୍ବଳୟ ଆଲୋକିତ ହୋଇଅଛି, ଏବଂ ସେହି ଦିବ୍ୟ କଳ୍ପତରୁ ଯାହାପରେ ଆଉ କୌଣସି ମାର୍ଗ ନାହିଁ ବୋଲି କୁହାଯାଇଅଛି ଏବଂ ଯାହାଙ୍କ ମାଧ୍ୟମରେ ସ୍ୱର୍ଗ ଓ ପୃଥିବୀରେ ବାସ କରୁଥିବା ସମସ୍ତଙ୍କ ପ୍ରତି ଥିବା ଆହ୍ୱାନକୁ ପ୍ରଚାରିତ କରାଯାଇଅଛି : ଦେଖ ଧାରଣର୍କା ଆସିଯାଇଛନ୍ତି । ପୃଥିବୀ ଏବଂ ସ୍ୱର୍ଗ, ମହିମା ଏବଂ ସାମ୍ରାଜ୍ୟ ଈଶ୍ୱରଙ୍କର ଅଟେ, ଯିଏ କି ସମସ୍ତ ମନୁଷ୍ୟଙ୍କ ପ୍ରଭୁ ଅଟନ୍ତି ଏବଂ ସ୍ୱର୍ଗ ତଥା ପୃଥିବୀ ଉପରେ ଥିବା ସିଂହାସନର ଅଧିକାରୀ ଅଟନ୍ତି । 

*ତତ୍ପରେ ସେ ତାଙ୍କ ହସ୍ତକୁ ନିଜ ଆୁ ଉପରେ ରଖି ଅବନତ ହୋଇ ଏହା କହିବେ : 

ମୋର ପ୍ରଶଂସା ଏବଂ ମୋ ବ୍ୟତୀତ ଅନ୍ୟ କାହାର ପ୍ରଶଂସା ଠାରୁ ସ୍ୱୟଂ ତୁମ୍ଭେ ବହୁ ଉଦ୍ଧ୍ୱର୍ରେ । ମୋର ର୍ବନା ଏବଂ ସ୍ୱର୍ଗ ତଥା ପୃଥିବୀରେ ଥବା ସମସ୍ତଙ୍କ ର୍ବନା ଠାରୁ ତୁମ୍ଭେ ବହୁ ଉଚ୍ଚରେ, ତୁମ୍ଭେ ହିଁ ପ୍ରଶଂସନୀୟ । 

*ତାପରେ ମୁକ୍ତ ହସ୍ତରେ ପାପୁଲିକୁ ମୁଖ ଆଡ଼କୁ ଉପରକୁ ଉଠାଇ ଛିଡ଼ା ହୋଇ ସେ କହିବେ : 

ହେ ମୋର ଈଶ୍ୱର ! ତାହାକୁ ନିରାଶ କରନାହିଁ, ଯିଏ କି ବିନମ୍ର ହସ୍ତରେ ତୁମ୍ଭ ଦୟା ଓ କୃପାର ଅଳକୁ ଜାବୁଡ଼ି ଧରିଛି । ହେ ଦୟାବାନ୍ମାନଙ୍କ ମଧ୍ୟରେ ସର୍ବଦୟାଳୁ । 

*ତାପରେ ସେ ବସିବେ ଏବଂ କହିବେ :

ମୁଁ ତୁମ୍ଭର ଏକତ୍ୱ ଏବଂ ତୁମ୍ଭ ଅଦ୍ୱିତୀୟତାର ପ୍ରମାଣ ଦେଉଅଛି, ଏବଂ ସାକ୍ଷୀ ଦେଉଅଛି ଯେ, ତୁମ୍ଭେ ହିଁ ଈଶ୍ୱର ତଥା ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି । ବାସ୍ତବିକ୍, ତୁମ୍ଭେ ହିଁ ତୁମ୍ଭର ଧର୍ମକୁ ପ୍ରକାଶ କରିଅଛ, ତୁମ୍ଭ ଚୁକ୍ତିକୁ ପୂରଣ କରିଅଛ, ଏବଂ ସ୍ୱର୍ଗ ତଥା ପୃଥିବୀରେ ବାସ କରୁଥିବା ସମସ୍ତଙ୍କ ନିମି ତୁମ୍ଭ କରୁଣାର ଦ୍ୱାର ବିସ୍ତାରିତ ଭାବେ ଉନ୍ମୁକ୍ତ କରିଦେଇଅଛ ।  

ଯେଉଁମାନଙ୍କୁ ପୃଥିବୀର ପରିର୍ବନ ଏବଂ ବିଭିନ୍ନ ସୁଯୋଗମାନ ତୁମ୍ଭଠାରୁ ବିମୁଖ କରିପାରି ନାହିଁ ଏବଂ ଯେଉଁମାନେ ତୁମ୍ଭ ପାଖରେ ଯାହାସବୁ ଅଛି ତାହାକୁ ହାସଲ କରିବା ଆଶାରେ ସେମାନଙ୍କର ସର୍ବସ୍ୱ ହରାଇ ସାରିଛନ୍ତି, ତୁମ୍ଭର ଏହିପରି ପ୍ରିୟଜନମାନଙ୍କୁ ଆଶିଷ ଓ ଶାନ୍ତି ମିଳୁ, ସେମାନଙ୍କୁ ସ୧ାନ ମିଳୁ, ସେମାନଙ୍କ ଯଶ ବୃଦ୍ଧିପ୍ରାପ୍ତ ହେଉ । ସତ୍ୟତଃ, ତୁମ୍ଭେ ହିଁ ସଦାକ୍ଷମାଶୀଳ, ସର୍ବକୃପାଳୁ ଅଟ । 


(ଲମ୍ବା ପଦ, ପରିର୍ବେ ଯଦି କେହି ଏହା ଆବୃି କରିବା ନିମି ଇଚ୍ଛା କରନ୍ତି, ତେବେ; ଭଗବାନ୍ ସାକ୍ଷୀ ଦିଅନ୍ତି ଯେ, ତାଙ୍କ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ସେ ହିଁ ଭୟାନକ ସଂକଟରେ ସହାୟ, ସ୍ୱ-ନିର୍ଭର କହିବା ଯଥେଷ୍ଟ ହେବ ଏବଂ ଠିକ୍ ଏହିପରି ଭାବେ ବସିବା ପରେ ଯଦି କେହି ଏହା ଆବୃି କରିବା ନିମି ମନୋନୀତ କରନ୍ତି : ତୁମ୍ଭ ଏକତ୍ୱ ଏବଂ ଅଦ୍ୱିତୀୟତାର ସାକ୍ଷୀ ଦେଉଅଛି ଯେ, ତୁମ୍ଭେ ହିଁ ଈଶ୍ୱର ଏବଂ ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି ତେବେ ଏହା ଯଥେଷ୍ଟ ହେବ ।

-Bahá'u'lláh
-----------------------

